ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମରେ ପୁଣି ଭୟଙ୍କର ବନ୍ୟା ହୋଇଛି। ବୁଧବାର ଆଉ ୧୨ଜଣଙ୍କର ମୃତ୍ୟୁ ହୋଇଛି। ଚାଚାର ଓ ଚିରାଗ ଜିଲ୍ଲାରେ ୨ଜଣ ଲେଖାଏଁ ହୋଇ ବାରପେଟା, ବିଶ୍ବନାଥ, ଡାରଙ୍ଗ, ଧେମଜି, ଗୋଲଘାଟ, କାମରୂପ ମେଟ୍ରୋପଲିଟାନ, ଲକ୍ଷ୍ମୀପୁର ଏବଂ ନାଗାଓଁରେ ଜଣେ ଲେଖାଏଁ ମରିଛନ୍ତି। ପୁରା ୨୬ ଜିଲ୍ଲା ପ୍ରଭାବିତ ହୋଇଛି। ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ କାଚର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭାବରେ ରହିଆସିଛି ଏବଂ ପ୍ରାୟ ୧୪.୩୧ ଲକ୍ଷ ଲୋକ ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି। କେବଳ ସିଲଚରରେ ବନ୍ୟା ପରିସ୍ଥିତି ଅତି କମରେ ୭,୨୫, ୩୦୬ ଲୋକଙ୍କୁ ପ୍ରଭାବିତ କରିଛି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେଠାକାର ପ୍ରଶାସନିକ ସ୍ତରରୁ ସୂଚନା ମିଳିଛି।






More Stories
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..