ରିପୋର୍ଟ କାର୍ଡ / ରାଇରଙ୍ଗପୁର
ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ସନ୍ଦେହ ଶବ୍ଦ ସମ୍ପର୍କକୁ ଭାଙ୍ଗି ଦେଇଥାଏ । ରାଇରଙ୍ଗପୁରରୁ ସନ୍ଦେହକୁ ନେଇ ଆସିଛି ଏକ ଅଭାବନୀୟ ଘଟଣା । ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ସୂଚନା ଅନୁସାରେ, ସ୍ତ୍ରୀକୁ ସନ୍ଦେହ କରି କୁରାଢୀରେ ହାଣି ହତ୍ୟା କରିଛି ସ୍ୱାମୀ । ତିରିଂ ଥାନା ଅନ୍ତର୍ଗତ ଡଲାଯୋଡି ଗାଁରେ ସ୍ତ୍ରୀ ଚରିତ୍ରକୁ ନେଇ ସନ୍ଦେହ ଉପୁଜିବାରୁ ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ପ୍ରଥମେ ପତ୍ନୀଙ୍କୁ ଏକ କାଠଫାଳିଆରେ ପିଟିପିଟି ଦରମରା କରିବା ପରେ କୁରାଢୀରେ ହାଣି ହତ୍ୟା କରିଥିବା ଜଣାପଡିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ଏହା ସହ ହତ୍ୟାରେ ବ୍ୟବହୃତ କୁରାଢୀ ଏବଂ ଅନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି ।






More Stories
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା: ପୋଲିସ ହାତରେ ଡିଜିଟାଲ ପ୍ରମାଣ…..
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..