ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ର ରାଜନୀତିରେ ଜାରିରହିଛି ମହାନାଟକ | ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍ରେ ଇସ୍ତଫା ଦେବା ପରେ ଆଜି ସକାଳେ ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଥିବା ‘ଫ୍ଲୋର୍ ଟେଷ୍ଟ୍’ ବାତିଲ କରାଯାଇଛି। ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି ଯେ, ଆଗାମୀକାଲି ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନବୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ବିଜେପି ସହିତ ମିଶି ସରକାର ଗଠନ କରିବାକୁ ଆଗ୍ରହୀ ଥିବା ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଶପଥ ଗ୍ରହଣ ଉତ୍ସବରେ ସମସ୍ତ ବିଦ୍ରୋହୀ ସେନା ବିଧାୟକ ଏବଂ ସ୍ବାଧୀନ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ। ଏହା ବ୍ୟତିରେକେ, ୧୨ଜଣ ବିଦ୍ରୋହୀ ସେନା ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ। ୩ଜଣ ସ୍ବାଧୀନ ଏବଂ ‘ପ୍ରହାର’ ଭଳି ଛୋଟ ଦଳର ବିଧାୟକଙ୍କୁ ପରେ ‘ବିଜେପି’ ଅଥବା ‘ସିନ୍ଦେ’ କ୍ବୋଟାରେ ପଦବୀ ମିଳିପାରେ। ତେଣେ, ଆଜି ପୂର୍ବାହ୍ନ ୧୦ଟାରୁ ଗୋଆସ୍ଥିତ ହୋଟେଲ ତାଜ୍ରେ ବିଦ୍ରୋହୀ ବିଧାୟକମାନଙ୍କୁ ନେଇ ବୈଠକ ଆରମ୍ଭ କରିଛନ୍ତି। ସେହିପରି, ଶିବସେନା ବିଦ୍ରୋହୀ ଗୋଷ୍ଠୀଙ୍କ ସହ ମେଣ୍ଟ କରିବା ଆଗରୁ ପୂର୍ବାହ୍ନ ୧୧ଟାରେ ବିଜେପିର କୋର୍ କମିଟି ବୈଠକ ଆରମ୍ଭ ହୋଇଛି। ‘ଏନ୍ସିପି’ ବୈଠକରେ ଯୋଗ ଦେବା ଲାଗି ମଧ୍ୟ ଶରଦ ପାୱାର୍ ‘ୱାଇବି ଚବନ ସେଣ୍ଟର୍’କୁ ଯାଇଛନ୍ତି। ମହାରାଷ୍ଟ୍ରରେ ନୂଆ ସରକାର ଗଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟସଭା ସାଂସଦ ମହେଶ ଜେଠମାଳିନୀ ଟୁଇଟ୍ କରି କହିଛନ୍ତି, ଅବଶେଷରେ ଭୋଟ୍ ଦେଇଥିବା ସରକାରକୁ ପାଇଲା ମହାରାଷ୍ଟ୍ର।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..