ରିପୋର୍ଟ କାର୍ଡ / ବିଜୟୱାଡା
ଚଳନ୍ତା ଅଟୋ ଉପରେ ବିଦ୍ୟୁତ ତାର ଖସି ଜିଅନ୍ତା ଜଳିଯାଇଛନ୍ତି ୮ ଜଣ ଯାତ୍ରୀ। ଏଭଳି ଏକ ବଡ ଧରଣର ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲାରେ । ଅଟୋରେ ବସି ବିଲକୁ କାମ କରିବାକୁ ଯାଉଥିବା ସମୟରେ ରାସ୍ତାରେ ବିଦ୍ୟୁତ ତାର ଛିଣ୍ଡି ଅଟୋ ଉପରେ ଖସି ପଡିଥିଲା। ଫଳରେ ଅଟୋରେ ନିଆଁ ଲାଗିବା ସହ ଯାତ୍ରୀମାନେ ଜିଅନ୍ତା ଜଳିଯାଇଥିଲେ। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଖୁବ ପରିଶ୍ରମ କରି ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ମହିଳା ଥିବା ସହ ସେମାନେ ଗୁଦାମପଲ୍ଲୀ ଗାଁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଚାଳକ ଜଣକ ଦୁର୍ଘଟଣା ସମୟରେ ଅଟୋରୁ ଡେଇଁ ପଡିଥିଲେ। ପୋଲିସ ଚାଳକକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି |






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..