Report Card Odisha

| Daily Odia News

ବିଧାନସଭା ପୂର୍ବରୁ ହେବ ସୁରକ୍ଷା ଯାଞ୍ଚ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ସେଥିପାଇଁ ଗୁଇନ୍ଦା ନିର୍ଦ୍ଦେଶକ, ପୋଲିସ କମିସନରଙ୍କ ସମେତ ଭୁବନେଶ୍ୱର ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିଧାନସଭାର ସୁରକ୍ଷା ସ୍ଥିତି ପରଖିଛନ୍ତି। ବଜେଟ ଅଧିବେଶନ ସମୟରେ ୧୧ ଜଣ ଏସିପି, ୧୩ ଜଣ ଇନ୍ସପେକ୍ଟର, ୬୨ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।୨ ୟୁନିଟ ଏସଟିୟୁ ଓ ୬ ଜଣ ଅତିରିକ୍ତ ଡିସିପି ମଧ୍ୟ ରହିବେ। ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ରହିବ। ଟ୍ରାଫିକ ଡିସିପି ଟ୍ରାଫିକ ବ୍ୟବସ୍ଥାକୁ ଯାଞ୍ଚ କରିବେ। ଏଣେ ଡଗ ସ୍କ୍ବାଡ୍ ଓ ବମ ସ୍କ୍ବାଡ୍ ନିୟୋଜିତ ରହିବେ। ଏମାନେ ସମସ୍ତେ ଭୁବନେଶ୍ୱର ଡିସିପି ଙ୍କ ତତ୍ତ୍ଵାବଧାନରେ ରହି କାମ କରିବେ। ଆସନ୍ତା ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବୁଧବାର ଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ‌ବୈଠକ ବସିଥିଲା। ଗୃହ କାର୍ଯ୍ୟ ଯେପରି ସୁରୁଖୁରରେ ଚାଲିବ ସେନେଇ ନୂଆ ବାଚସ୍ପତି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ଏହାସହ ମୌସୁମୀ ଅଧିବେଶନ ନେଇ ସମୟ ସୂଚୀ ଧାର୍ଯ୍ୟ ହୋଇଥିଲା। ଚଳିତ ଅଧିବେଶନର କାର୍ଯ୍ୟ ସମୟ ଘଣ୍ଟାଏ ବଢ଼ିବ। କରେନା ଯୋଗୁଁ ପୂର୍ବ ଅଧିବେଶନଗୁଡ଼ିକ ୫ଘଣ୍ଟା ଚାଲୁଥିବା ବେଳେ ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ୬ଘଣ୍ଟା ଚାଲିବ। ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ହେବ।

Breaking News