Report Card Odisha

| Daily Odia News

ଆଉ ୩ ମାସ ମିଳିବ ମାଗଣା ରାଶନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଉ ୩ ମାସ ପାଇଁ ରାଶନ ଯୋଜନାର ଅବଧି ବୃଦ୍ଧି ହୋଇଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ଏଣିକି ଗରିବ ଲୋକମାନେ ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ମାଗଣାରେ ଶସ୍ୟ ପାଇପାରିବେ । ଲୋକମାନଙ୍କର ହିତସାଧନ ଉଦ୍ଦେଶ୍ୟରେ କୋଭିଡ୍ ସମୟରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପରି ଦିଲ୍ଲୀ ସରକାରଙ୍କ ଏହି ଯୋଜନାରେ ଗରିବଙ୍କୁ ପ୍ରତ୍ୟେକ ମାସରେ ୫ କିଲୋ ଶସ୍ୟ ପ୍ରଦାନ କରାଯାଇଥାଏ । ଏହି ଘୋଷଣା ଫଳରେ ୭୨.୭୭ ଲକ୍ଷ ଲୋକଙ୍କୁ ଫାଇଦା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା (ଏନଏଫଏସ) ଆକ୍ଟ ୨୦୧୩ ଅଧୀନରେ ଗରିବଙ୍କୁ ପ୍ରତ୍ୟେକ ମାସରେ ୫ କିଲୋ ଶସ୍ୟ ମାଗଣାରେ ଦିଆଯାଇଥାଏ । ଏହି ଯୋଜନାରେ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, ନିର୍ମାଣ ଶ୍ରମିକ, ଘରୋଇ କାରିଗରଙ୍କ ଛଡ଼ା ବିନା ରାଶନ କାର୍ଡଧାରୀ ସାମିଲ ରହିଛନ୍ତି । ଏହି ଯୋଜନାରେ ଜଣେ ବ୍ୟକ୍ତିଙ୍କୁ ମାସକୁ ୪ କିଲୋ ଗହମ ଓ ୧ କିଲୋ ଚାଉଳ ମାଗଣାରେ ଦିଆଯାଇଥାଏ । ଦିଲ୍ଲୀରେ ୨ ହଜାରରୁ ଅଧିକ ରାଶନ ଦୋକାନ ରହିଥିବା ବେଳେ ଉକ୍ତ ଦୋକାନଗୁଡ଼ିକରୁ ଗରିବମାନେ ମାଗଣାରେ ଶସ୍ୟ ପାଇଥାନ୍ତି ।

Breaking News