Report Card Odisha

| Daily Odia News

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରଷ୍ଟ୍ର ରାଜନୈତିକ ମହାନାଟକର ପୁଣ୍ଣଛେଦ ପଡ଼ିବାକୁ ଯାଉଛି | ଆଜି ସନ୍ଧ୍ୟା ୭ତା ୩୦ ରେ ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ |ରାଜନୈତିକ ବିଶେଷଜ୍ଞଙ୍କର ଲାଗିରହିଥିବା କଳ୍ପନା ଜଳ୍ପନା ଫେଲ ମାରିଛି | ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଆଜି ଫଡନାଭିସ ଓ ସିନ୍ଦେ ମିଳିତ ଭାବେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଫଡ଼ନାଭିସ ମହାରାଷ୍ଟ୍ର ସରକାରର ଅଂଶବିଶେଷ ହେବେ ନାହିଁ। ସେ କେବଳ ବାହାରେ ରହି ସରକାର କେମିତି ଠିକ୍‌ ଭାବେ ଚାଲିବ, ତା’ର ତଦାରଖ କରିବେ ବୋଲି କହିଛନ୍ତି। ଏହି ଘୋଷଣା ସମୟରେ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ।

Breaking News