ରିପୋର୍ଟ କାର୍ଡ / ପୁରୀ
ରାତିପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଘୋଷଯାତ୍ରା । ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ନୀତି ର୍ନିଘଣ୍ଟ ଅନୁଯାୟୀ, ଶୁକ୍ରବାର ସକାଳ ୬ଟାରେ ମଙ୍ଗଳ ଆଳତୀ ହେବ। ଏହା ପରେ ୭ଟାରେ ଅବକାଶ ନୀତି, ୮ଟାରେ ସକାଳ ଧୂପ ନୀତି ହେବ। ଏହାପରେ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳର୍ପଣ ହେବ। ୯ଟା ୩୦ରେ ପହଣ୍ଡି ହେବ। ୧୨ଟା ୩୦ରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହେବ। ଏହାପରେ ୧ଟା ୩୦ରେ ଚିତା ଲାଗି ହେବ। ୨ଟା ୩୦ରେ ଗଜପତି ଛେରା ପହଁରା କରିବେ। ୩ଟାରେ ଚାରମାଳ ଓ ଘୋ ଲାଗିବ। ୪ଟାରେ ରଥଟଣା ହେବ।
More Stories
ଜେଲରୁ ମୁକୁଳିଛନ୍ତି ଆପ୍ ନେତା ସତ୍ୟେନ୍ଦ୍ର ଜୈନ….
ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍…..
ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ…..