ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମରେ ମାସ୍କ ହେଲା ବାଧ୍ୟତାମୂଳକ | ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ସହିତ ୨ ମିଟର ସାମାଜିକ ଦୂରତା ବଜାୟ ରଖିବାକୁ ବିଏମ୍ସି ପରାମର୍ଶ କରିଛି | ସପିଙ୍ଗ ମଲ, ଦୋକାନରେ ସାମାଜିକ ଦୂରତ୍ୱ ରଖିବାକୁ ସହିତ ବାହାରେ ଛେପ ନ ପକାଇ, ହାତ ଧୋଇବାକୁ ପରାମର୍ଶ ଦିଆ ଯାଇଛି | ବିନା ମାସ୍କରେ ବାହାରକୁ ବାହାରିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦେଇଛି ବିଏମସି । ରାଜ୍ୟରେ ପ୍ରତ୍ୱେକ ଦିନ ୧୫୦ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି | ଏହା ସହିତ ଆସନ୍ତା କାଲି ରହିଛି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା, ଶ୍ରଦ୍ଧାଳୁ ମାନେ ଭୁବନେଶ୍ୱର ଦେଇ ପୁରୀ ଯିବେ | ଏହି ସବୁକୁ ଦେଖି ଭୁବନେଶ୍ୱର ମହାନଗ ନିଗମ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି |






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..