Report Card Odisha

| Daily Odia News

ଆଜି ପବିତ୍ର ରଥ ଯାତ୍ରା……

ରିପୋର୍ଟ କାର୍ଡ / ପୁରୀ

ଆଜି ବିଶ୍ୱ ପବିତ୍ର ରଥ ଯାତ୍ରା | ଦୀର୍ଘ ୨ ବର୍ଷ ପରେ ମହାପ୍ରଭୁଙ୍କ ସହିତ ରଥ ଯାତ୍ରାରେ ଭକ୍ତ ଆଉ ଭଗବାନର ଦେଖା ହେଉଛି | ଭକ୍ତ ମୟ ହୋଇଯାଇଛି ପୁରୀ ବଡ଼ଦାଣ୍ଡ |   କେତେ ବେଳେ ବିଜେକରିବେ ସମସ୍ତଙ୍କର ପ୍ରିୟ ସାରା ଜାଗର ମଉଡମଣୀ କାଳିଆସାଆନ୍ତ | ଏହି ଅବସରରେ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ । ସିଂହଦ୍ୱାର ନିକଟରେ ଶ୍ରୀଜୀଉଙ୍କୁ ତିନିରଥ ଅପେକ୍ଷା କରିଥିବା ବେଳେ ପ୍ରଥମେ ଗୋଟି ପହଣ୍ଡିରେ ରଥରେ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ​‌ହୋଇଛି । ପରେ ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବେ । ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହେବ । ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ଦେଖିବାକୁ ମିଳିବ । ଏଥି ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ସୁରୁଖୁରୁରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଉଛି । ଭୋର ୩ଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିଥିବା ବେଳେ ସଢ଼େ ୩ଟା ସମୟରେ ମଇଲମ ନୀତି ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ସମୟ ଅନୁଯାୟୀ ସାଢ଼େ ୨ଟାରେ ରଥରେ ଛେରା ପହଁରା କରାଯିବ । ପୁରୀ ରାଜା ଗଜପତି ମହାରାଜ ପାଲିଙ୍କିରେ ଆସି ଛେରା ପହଁରା କରିବେ ।ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ନିର୍ଦ୍ଧାରିତ ସମୟ ଅନୁଯାୟୀ ୩ ଘଣ୍ଟା ପୂର୍ବରୁ ସମସ୍ତ ନୀତିକାନ୍ତି ସରିଥିବା କୁହାଯାଉଛି । ତେଣୁ ମହାପ୍ରଭୁଙ୍କ ରଥ ଅପରାହ୍ଣ ୪ଟା ପୂର୍ବରୁ ଗଡ଼ିବ ବୋଲି ଆଶା କରାଯାଉଛି । ରଥ ଯାତ୍ରା ପାଇଁ ସମସ୍ତ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଚତୁର୍ଦ୍ଧାମୂରତିଙ୍କୁ ମାଉସୀ ମା’ ମନ୍ଦିରକୁ ନେଇଯିବାକୁ ପ୍ରସ୍ତୁତ ଅଛନ୍ତି ରଥ, ପଥ ଏବଂ ଭକ୍ତ । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଭକ୍ତ ଓ ଭଗବାନଙ୍କ ଏକାଠିକୁ ବାରଣ କରିଥିଲା ପ୍ରଶାସନ ଓ ସରକାର । ଅର୍ଥାତ୍‌ ବିନା ଭକ୍ତରେ ସେବାୟତ ଓ ପୁଲିସ ପ୍ରଶାସନ ଦ୍ୱାରା ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । କେବଳ ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ ଭକ୍ତ ।

Breaking News