ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବ୍ଶୀଘ୍ର ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ଏହି ରୁଟ୍ରେ ବିମାନ ଉଡାଣ ପାଇଁ ଯେଉଁ କମ୍ପାନୀ ରାଜି ହେବେ, ରାଜ୍ୟ ସରକାର ତାକୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହି ଘୋଷଣା କରିଛନ୍ତି। ଗତକାଲି ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ୟୁଏଇରେ ପ୍ରାୟ ଏକଲକ୍ଷ ଓଡ଼ିଆ ରହୁଛନ୍ତି। ଭୁବନେଶ୍ୱରରୁ ସିଧାସଳଖ ବିମାନ ପାଇଁ ଦାବି ହୋଇଆସୁଛି। ଓଡ଼ିଶା ସରକାର ଭିଜିଏଫ ଯୋଜନାରେ ଏହି ରୁଟ୍ ପାଇଁ ଆଗ୍ରହୀ ବିମାନ କମ୍ପାନୀକୁ ୩ରୁ ୬ମାସ ପର୍ଯ୍ୟନ୍ତ ଆର୍ଥିକ ସବସିଡି ପ୍ରଦାନ କରିବେ। କମ୍ପାନୀକୁ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିବା ପରେ ଏହି ସବସିଡିକୁ ବନ୍ଦ କରିଦିଆଯିବ। ଗତ ୨ରୁ ୩ ବର୍ଷ ପୂର୍ବରୁ ରାଜ୍ୟ ସରକାର ଭୁବନେଶ୍ୱରରୁ ମାଲେସିଆ ଓ ଥାଇଲ୍ୟାଣ୍ଡକୁ ଅନୁରୂପ ଯୋଜନାରେ ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ।






More Stories
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..
ଟାଣି ନେଲା କୁମ୍ଭୀର…..