Report Card Odisha

| Daily Odia News

ବଦଳିଲେ ୩୨ ବରିଷ୍ଠ ପୋଲିସ ଅଧିକାରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦରଜୀ କହ୍ନୈୟା ଲାଲ୍‌ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ପରେ ଉଦୟପୁରର ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସମେତ ଭାରତୀୟ ପୋଲିସ ସେବାର ପ୍ରାୟ ୩୨ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ନିଲମ୍ବିତା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ରେ ସମର୍ଥନ ଜଣାଇଥିବା କାରଣରୁ ଧମକ ପାଉଛନ୍ତି ବୋଲି ୪୮ ବର୍ଷିୟ ଦରଜୀ କହ୍ନୈୟା ଲାଲ୍‌ ଅଭିଯୋଗ କରିବା ସତ୍ତ୍ବେ ତାଙ୍କୁ ସୁରକ୍ଷା ‌ଯୋଗାଇ ନ ଦେବା ହେତୁ ଉଦୟପୁର ପୋଲିସ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲା। ମଙ୍ଗଳବାର ଦିନ ‌କହ୍ନୈୟାଙ୍କୁ ଦୁଇଜଣ ବ୍ୟକ୍ତି ହତ୍ୟା କରିବା ସହିତ ହତ୍ୟାକାଣ୍ଡ ଦୃଶ୍ୟର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ରିୟାଜ୍‌ ଅଖତାରି ଏବଂ ଗାଉସ୍‌ ମହମ୍ମଦ୍‌ ନାମରେ ସେ ଦୁଇ ବ୍ୟକ୍ତିଙ୍କୁ ଗିରଫ କରାଯିବା ପରେ ଗୁରୁବାର ଦିନ ରାଜସ୍ଥାନ ଅନ୍ତର୍ଗତ ଉଦୟପୁର ଜିଲ୍ଲା ଦୌରା ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ସେମାନଙ୍କୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଦାଲତରେ ହାଜର କରାଯିବା ସମୟରେ ସେମାନଙ୍କ ମୁହଁ ଘୋଡ଼ାଇ ଦିଆଯାଇଥିଲା। ଦୁହିଁଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ସେଠାରେ ଉପସ୍ଥିତ ଥିବା ଓକିଲମାନେ ସ୍ଲୋଗାନ୍‌ ଦେଇଥିଲେ। ଏହାଛଡ଼ା, ଅଭିଯୁକ୍ତଙ୍କ ପାଖରୁ ଉଦୟପୁର ‘ଆଣ୍ଟି-ଟେରର୍‌ ସ୍କ୍ବାଡ୍‌’ (ଏଟିଏସ୍‌) ଦୁଇଟି ରକ୍ତରଞ୍ଜିତ ଅସ୍ତ୍ର ଉଦ୍ଧାର କରିଛନ୍ତି। ଉଦୟପୁରର ସାପେତିୟା ଅଞ୍ଚଳରୁ ଅଭିଯୁକ୍ତଙ୍କର ଜଣେ ସହଯୋଗୀଙ୍କ ଅଫିସ୍‌ରୁ ଉକ୍ତ ଅସ୍ତ୍ର ସବୁ ଉଦ୍ଧାର କରାଯାଇଥିଲା। କହ୍ନୈୟା ଲାଲ୍‌ଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ସାପେତିୟାରେ ଥିବା ସହଯୋଗୀ ଶୋଏବଙ୍କ ଅଫିସ୍‌କୁ ଯାଇଥିଲେ ବୋଲି ଜେରା ସମୟରେ କହିଥିଲେ।

 

Breaking News