Report Card Odisha

| Daily Odia News

ଆଜିଠାରୁ ପ୍ଲାଷ୍ଟିକ ବ୍ୟାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ଲାଷ୍ଟିକର ବ୍ୟବହାର ଦ୍ୱାରା ଦେଶର ପର୍ଯ୍ୟାବରଣ କ୍ଷତିଗ୍ରସ୍ଥ ହେଉଛି। ତେଣୁ ପର୍ଯ୍ୟାବରଣକୁ ଦୃଷ୍ଟିରେ ରଖି ଦେଶରେ ଆଜିଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରାଯାଇଛି। କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରାଳୟ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ବ୍ୟାନ ଦ୍ୱାରା ପ୍ଲାଷ୍ଟିକରେ ନିର୍ମିତ ଅଧିକାଂଶ ଜିନିଷ ମିଳିବା ବନ୍ଦ ହୋଇଯିବ। ପ୍ରତ୍ୟେକ ଦିନ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଜିନିଷ ଆଉ ଦେଖିବାକୁ ମିଳିବ ନାହିଁ। ରୋକ ଲଗାଯାଇଥିବା ପ୍ଲାଷ୍ଟିକରେ ନିର୍ମିତ ଜିନିଷ ଗୁଡ଼ିକ ହେଉଛି ପ୍ଲାଷ୍ଟିକ କ୍ୟାରି ବ୍ୟାଗ ବା ପଲିଥିନ, ପ୍ଲାଷ୍ଟିକ ଷ୍ଟିକ ଯୁକ୍ତ ଇଅର ବଡ୍ସ, ବେଲୁନରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟିକ, ପ୍ଲାଷ୍ଟିକର ପତାକା, ଚକୋଲେଟ ବା ଆଇସକ୍ରିମର ଷ୍ଟିକ, ଥର୍ମକୋଲ,ପ୍ଲାଷ୍ଟିକ ରେ ନିର୍ମିତ ପ୍ଲେଟ, କପ, ଗ୍ଲାସ, ଚାମଚ, ଛୁରୀ, ଷ୍ଟ୍ର, ଟ୍ରେ, ମିଠା ଡବାରେ ବ୍ୟବହୃତ ର୍ୟାପର, ଇନଭାଇଟେସନ କାର୍ଡ଼, ସିଗାରେଟ ପ୍ୟାକେଟ, ୧୦୦ ମାଇକ୍ରୋନରୁ କମ ପ୍ଲାଷ୍ଟିକ ବା ପିବିସି ବ୍ୟାନର ଏବଂ ସ୍ଟିକର। ଯଦି କେହି ଏହି ସବୁ ପ୍ଲାଷ୍ଟିକ ଜିନିଷ ବ୍ୟବହାର କରୁଥିବାର ଦେଖାଯାଏ ତେବେ ତାକୁ ଦଣ୍ଡ ମିଳିବ ବୋଲି ମନ୍ତ୍ରାଳୟ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ଲାଷ୍ଟିକ ଜିନିଷ ବ୍ୟବହାର କଲେ ଜେଲ ଦଣ୍ଡ ସହ ଜୋରିମାନା ଦେବାକୁ ପଡ଼ିପାରେ। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପର୍ଯ୍ୟାବରଣ ସଂରକ୍ଷଣ ଅଧିନିୟମ ଅନୁସାରେ ସେକ୍ସନ ୧୫ର ଆକ୍ସନ ନିଆଯାଇ ପାରିବ ବୋଲି କୁହାଯାଇଛି। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବେଆଇନ ଭାବେ ଉତ୍ପାଦନ, ବିକ୍ରି ବା ବ୍ୟବହାର ନହେବା ପାଇଁ ରାଜ୍ୟ ସରକାରମାନଙ୍କ ତରଫରୁ ନଜର ରଖାଯିବ। ଏହି ପ୍ଲାଷ୍ଟିକକୁ ବ୍ୟାନ କରାଯାଇଥିଲେ ମଧ୍ୟ ଏଫଏମସିଜିକୁ ଏହି ବ୍ୟାନରୁ ମୁକ୍ତ କରାଯାଇଛି।

Breaking News