ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ଭୂସ୍ଖଳନରେ ହୋଇଛି । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ଯୋଗୁ ନୋନି ଜିଲ୍ଲାରେ ୮୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୮ ଜଣ ଟେରିଟୋରିଆଇ ଆର୍ମିର ସୈନ୍ୟ ରହିଥିବା ଜଣାପଡ଼ିଥିବା ବେଳେ ଆହୁରି ମାଟି ତଳେ ୫୫ଜଣ ଫସି ରହିଥିବା ଅନୁମାନ କରାଯାଉଛି । ସମସ୍ତ ମୃତଦେହ ଉଦ୍ଧାର କରିବାକୁ ଆଉ ୨ରୁ ୩ଦିନ ଲାଗିବ ବୋଲି ଅନୁମାନ କରାଯାଉଛି । ଭୂସ୍ଖଳନ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ସୂଚନା ଦେଇଥିବା ବେଳେ ଗତ ଗୁରୁବାର ରାତିରେ ଏହି ଭୂସ୍ଖଳନ ହୋଇଥିଲା । କେହି କିଛି ଜାଣିବା ଆଗରୁ ସବୁକିଛି ମାଟିରେ ମିଶିଯାଇଥିଲା । ଫଳରେ ଅନେକ ଲୋକ ନିଖୋଜ ହୋଇଯାଇଥିଲେ । ସବୁଠାରୁ ବଡ଼ କଥା ହେଉଛି ମଣିପୁରର ନୋନି ଜିଲ୍ଲାର ରେଳ ଷ୍ଟେସନରେ ଏପରି ଏକ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ଯବାନ ମଧ୍ୟ ଫସି ରହିଛନ୍ତି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..