ରିପୋର୍ଟ କାର୍ଡ / କଟକ
ରାଜ୍ୟ କୁ ଫେରିଛି ମାସ୍କ | କଟକ ମହାନଗର ନିଗମ ମାସ୍କକୁ ନେଇ କଟକଣା ଜାରି କରିଛି । ଭୁବନେଶ୍ୱର ପରେ ଏବେ କଟକରେ ଲାଗୁ ହେଲା ମାସ୍କ କଟକଣା । ଏଣିକି ସିଲଭର ସିଟି କଟକରେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛି କଟକ ମହାନଗର ନିଗମ । ଏବେ କଟକ ମହାନଗର ନିଗମ ଅଞ୍ଚଳରେ ଆସୁଥିବା ସମସ୍ତ ସ୍ଥାନରେ ମାସ୍କ ପିନ୍ଧିବା ନେଇ କଟକଣା ଜାରି କରିଛି ପ୍ରଶାସନ । କଟକରେ ରହୁତିବା ଲୋକ ଏବଂ ବାହାରୁ କଟକକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ ହୋଇଛି । ଏଥି ସହ ବାହାରକୁ ଗଲେ କିମ୍ବା ସର୍ବ ସାଧାରଣ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଏହାବ୍ୟତୀତ ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି ସିଏମସି । ତେବେ ସପିଙ୍ଗ ମଲ ଏବଂ ଦୋକାନ ମ।।ନଙ୍କରେ ସାମାଜିକ ଦୂରତାକୁ ଅବମାନନା କଲେ ମାଲିକ ଦାୟୀ ରହବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏବେ ସିଏସି ଅଞ୍ଚଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ଏବେ ଟିକିଏ ଉପରମୁହାଁ ହେଉଥିବାରୁ ବେଳ ଥାଉଁ ସରକାର ସାବଧାନତା ଅବଲମ୍ବନ କରୁଛନ୍ତି । ଧିରେ ଧିରେ ବିଭିନ୍ନ ସ୍ଥାନକୁ ମାସ୍କ କଟକଣା ଫେରୁତିବା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….