ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହେଲେ ରାହୁଲ୍ ନର୍ବେକର୍ | ‘ବିଜେପି’ ବିଧାୟକ ରାହୁଲ୍ ନର୍ବେକର୍ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟୀ ହୋଇଛନ୍ତି। ଆଜି ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ନିମନ୍ତେ ମତଦାନ ଆରମ୍ଭ ହୋଇଥିଲା। ବାଚସ୍ପତି ପଦ ନିମନ୍ତେ ‘ସେନା’ ବିଧାୟକ ତଥା ଉଦ୍ଧବ ଠାକ୍ରେଙ୍କ ଅନୁଗାମୀ ରାଜନ ସାଲ୍ୱି ‘ଶିବସେନା-ଏନ୍ସିପି-କଂଗ୍ରେସ’ର ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ ୪୫ ବର୍ଷିୟ ‘ବିଜେପି’ ବିଧାୟକ ରାହୁଲ୍ ନର୍ବେକର୍। ନର୍ବେକର ୧୬୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ସାଲ୍ୱି ୧୦୭ ଖଣ୍ଡ ଭୋଟ୍ ପାଇଛନ୍ତି। ‘ବିଜେପି’ ନେତା ସୁଧୀର ମୁଙ୍ଗାନ୍ତିୱାର୍ କହିଥିଲେ, ବାଚସ୍ପତି ପଦ ନିମନ୍ତେ ‘ବିଜେପି’ ପ୍ରାର୍ଥୀ ରାହୁଲ୍ ନର୍ବେକର୍ଙ୍କ ନାମ ପ୍ରସ୍ତାବ ଦିଆଯିବ। ପ୍ରଥମେ ବାଚନିକ ଭୋଟ୍ କରାଯିବ। ଯଦି କେହି ଭୋଟ୍ ବିଭାଜନ ପାଇଁ କହନ୍ତି, ତେବେ ତାହା କରାଯିବ ଏବଂ ନିର୍ବାଚିତ ବାଚସ୍ପତି ଦାୟିତ୍ବ ଗ୍ରହଣ କରିବେ। ଆମ ପ୍ରାର୍ଥୀ ୧୬୫-୧୭୦ ଭୋଟ୍ ପାଇବ ବୋଲି ଆଶା।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..