Report Card Odisha

| Daily Odia News

ପେପରମୁକ୍ତ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶନିବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ପେପରମୁକ୍ତ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି | କହିଛନ୍ତି କି ଏହା ପ୍ରଗତିଶୀଳ, ବିକାଶକେନ୍ଦ୍ରିକ ଓ ଗରିବଙ୍କ ସ୍ୱାର୍ଥରେ ବଜେଟ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କୁ ପେନ୍ ଡ୍ରାଇଭରେ ଓଡ଼ିଶା ବଜେଟ-୨୦୨୨ ଦେଇଥିଲେ। ଯାହାକି ଓଡ଼ିଶା ସରକାରଙ୍କ ‘ଗ୍ରୀନ୍ ବଜେଟ’ର ଏକ ପଦକ୍ଷେପ । ଏଭଳି ପେପରମୁକ୍ତ ବଜେଟ ଉପସ୍ଥାପନ କରି ଓଡ଼ିଶା ନିଜକୁ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିପାଦିତ କରିବ । ବଜେଟ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ସୁବିଧା ସୃଷ୍ଟି, ଗୁଣାତ୍ମକ ଶିକ୍ଷା ଓ ସ୍କୁଲ ରୂପାନ୍ତରଣ, ଜୀବନ ଜୀବିକା, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି । ପୁଞ୍ଜି ବ୍ୟୟକୁ ୫୬ପ୍ରତିଶତରୁ ଅଧିକ କରାଯାଇଛି, ଯାହାକି ଦ୍ରୁତ ଅଭିବୃଦ୍ଧି କରାଇବ । ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ବଜେଟରେ ୨ହଜାର କୋଟି ଟଙ୍କା ବରାଦ ହୋଇଛି। ଏହା ରାଜ୍ୟର ୭୦ଲକ୍ଷ ମହିଳାଙ୍କ ପାଇଁ ସରକାରଙ୍କ ଯୋଗଦାନକୁ ଆହୁରି ନିବିଡ଼ କରାଇବ । ‘ବଜେଟ୍ ସ୍ଥିରୀକୃତ ପାଣ୍ଠି’ ସୃଷ୍ଟି ପାଇଁ ଆମର ପଦକ୍ଷେପ ଭବିଷ୍ୟତରେ ରାଜସ୍ୱ ସମସ୍ୟାକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Breaking News