ରିପୋର୍ଟ କାର୍ଡ / ସମ୍ବଲପୁର
ଇଲେକ୍ଟ୍ରି ଟାଓ୍ୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଲେ ଯୁବକ । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ରେଢାଖୋଲ ଖଣ୍ଡହତାରେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ଖବର ଅନୁଯାୟୀ, ତାଳଚେର ଅଞ୍ଚଳର ଯୁବକଙ୍କ ଘର ହୋଇଥିବା ବେଳେ ସୋମବାର ଦିନ ହଠାତ୍ ଇଲେକ୍ଟ୍ରି ଟାଓ୍ବାର ଉପରକୁ ଚଢିଯାଇଥିଲେ | ତେବେ ଯୁବକଙ୍କ ଏପରି ଉଦ୍ୟମ ଦେଖି ସ୍ଥାନୀୟଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି | ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଛି |






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….