ରିପୋର୍ଟ କାର୍ଡ / ସମ୍ବଲପୁର
ଇଲେକ୍ଟ୍ରି ଟାଓ୍ୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଲେ ଯୁବକ । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ରେଢାଖୋଲ ଖଣ୍ଡହତାରେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ଖବର ଅନୁଯାୟୀ, ତାଳଚେର ଅଞ୍ଚଳର ଯୁବକଙ୍କ ଘର ହୋଇଥିବା ବେଳେ ସୋମବାର ଦିନ ହଠାତ୍ ଇଲେକ୍ଟ୍ରି ଟାଓ୍ବାର ଉପରକୁ ଚଢିଯାଇଥିଲେ | ତେବେ ଯୁବକଙ୍କ ଏପରି ଉଦ୍ୟମ ଦେଖି ସ୍ଥାନୀୟଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି | ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଛି |






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..