ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ରାଜ୍ୟବାସୀଙ୍କୁ ଉପହାର ସଦୃଶ ନୂଆ ସରକାର ତୈଳ ଉପରରୁ ଭାଟ ହ୍ରାସ ନେଇ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ତୈଳ ଉପରୁ ଭାଟ ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଥିବା ସୂଚନା ମିଳିଛି | ଆଜି ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ପରେ ବଡ଼ ଘୋଷଣା କରିଛନ୍ତି ସିନ୍ଦେ। ଦେଶର ଅଧିକାଂଶ ବିଜେପି ଶାସିତ ରାଜ୍ୟ ତେଲ ଉପରେ ଟ୍ୟାକ୍ସ ହ୍ରାସ କରିଥିବା ବେଳେ ବିରୋଧୀ ଶାସକମାନେ ଏହି ଫର୍ମୁଲା ଆପଣାଇବାକୁ ଅମଙ୍ଗ ହୋଇଛନ୍ତି। ଗତ ବଷ ନଭେମ୍ବର ମାସରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ଅଧିକାଂଶ ବିଜେପି ଶାସିତ ରାଜ୍ୟ ମଧ୍ୟ ତେଲ ଉପରୁ ଭାଟ ହ୍ରାସ କରିଛନ୍ତି।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..