ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ଘଟଣା ଉପରୁ ପରଦା ନହଟୁଣୁ ସ୍ୱାମୀ ପରିଚୟ ଦେଇ ରହୁଥିବା ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ସେ ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ କାହିଁକି ଆତ୍ମହତ୍ୟା କଲେ ସନ୍ତୋଷ ସେନେଇ ଅଧିକ ଖୋଳତାଡ ଚଳାଇଛି ପୋଲିସ । ଉଲ୍ଲେଖ ଯୋଗ୍ୟ – ଅଭିନେତ୍ରୀ ରଶ୍ମି ରେଖାଙ୍କ ମୃତ୍ୟୁ ଘଟଣାରେ ଗତ ମାସ ୨୪ ତାରିଖ ଦିନ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ସନ୍ତୋଷଙ୍କୁ ତଦନ୍ତ ପରିସର ଭୁକ୍ତ କରିଥିଲା । ନୟାପଲ୍ଲୀ ଥାନା ଅଞ୍ଚଳରେ ସନ୍ତୋଷ ରଶ୍ମିରେଖ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇ ରହୁଥିଲେ । ତେବେ ଗତ ମାସ ୧୮ ତାରିଖରେ ସେହି ଭଡା ଘରୁ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା ପୋଲିସ । ଯାହାକୁ ନେଇ ସନ୍ତୋଷ ପାତ୍ରଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଥିଲା ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……