Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ସୁପରଭାଇରଜର…..

ରିପୋର୍ଟ କାର୍ଡ /ଭୁବନେଶ୍ୱର 

ଭିଜିଲାନ୍ସ ଜାଲରେ ଖାଦି ଗ୍ରାମୋଦ୍ୟୋଗ ସୁପରଭାଇଜର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁପରଭାଇରଜର ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ଟିମ୍ ହାତରେ ଧାରା ପଡିଛନ୍ତି । ଜଣେ ଋଣଗ୍ରହୀତା ସବସିଡି କରାଇ ଦେବାକୁ କହି ଲାଞ୍ଚ ନେଉଥିବା ଜଣାପଡିଛି ।ନିକଟରେ ପଞ୍ଚାୟତିରାଜ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ହୋଇଥିଲା ଭିଜିଲାନ୍ସ ରେଡ୍ । ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ହୋଇଥିଲା । ଚୌଦ୍ୱାର, ତ୍ରିଶୂଳିଆ, ଡମପଡ଼ା ଓ କେନ୍ଦ୍ରାପଡ଼ାରେ ଚଢ଼ାଉ ହୋଇଥିଲା । ୩ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

Breaking News