ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ରେଡ ଜୋନ୍କୁ ଏଣ୍ଟ୍ରି ମାରିଛି। ଏହାକୁ ନେଇ ରାଜଧାନୀବାସୀଙ୍କୁ କଡ଼ା ତାଗିଦ କରିଛନ୍ତି ମେୟର ସୁଲୋଚନା ଦାସ । ଏଣିକି ମାସ୍କ ନ ପିନ୍ଧିଲେ କଟିବ ଚାଲାଣ। ଗଣିବେ ୫ ଶହ ଟଙ୍କା ଜରିମାନା । ରାଜ୍ୟରେ କରୋନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱର ରେଡ ଜୋନ୍ରେ ରହିଛି | ବିଏମ୍ସି ପକ୍ଷରୁ ନିଆଯାଇଛି ଏଭଳି କଡ଼ା ପଦକ୍ଷେପ। ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୯ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଥିବା ବେଳେ ପୁଣି ଥରେ ରେଡ୍ ଜୋନ୍କୁ ଫେରିଛି ଭୁବନେଶ୍ୱର। ରାଜଧାନୀରେ କୋଭିଡକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ କଟକଣାକୁ ସଠିକ ଭାବେ ପାଳନ କରିବାକୁ ହେବ ବୋଲି କହିଛନ୍ତି ମେୟର।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……