ରିପୋର୍ଟ କାର୍ଡ / ଅହମ୍ମଦାବାଦ
ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା | ଅନେକ ଗାଁ ଜଳବନ୍ଦୀ ହୋଇ ରହିଥିବା ଦେଖବାକୁ ମିଳିଛି | ଏଥିପାଇଁ ଲୋକମାନଙ୍କୁ ଉଦ୍ଧାର କରିବାପାଇଁ ହେଲିକପ୍ଟର ମୁତୟନ ହୋଇଛି। ଗୁଜୁରାଟର ନାଭସାରୀ, ଡାଙ୍ଗ, ଅହମ୍ମଦାବାଦ, ତାପି, ନର୍ମଦା ଭଳି ଜିଲ୍ଲାରେ ବନ୍ୟା ପରିସ୍ଥିତି ଅନିୟନ୍ତ୍ରିତ ରହିଛି । ବନ୍ୟା ଯୋଗୁଁ ନାଭସାରୀକୁ ସୁରଟ ସହିତ ସଂଯୋଗ କରୁଥିବା ରାଜ୍ୟ ରାଜପଥ ବନ୍ଦ ରହିଛି। ସେହିପରି ଗୋଟିଏ ଦିନରେ ଗୁଜରାଟରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୌସୁମୀ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ସମୁଦାୟ ୬୩ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି, “ଗତ ଗୋଟିଏ ଦିନରେ ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଜୁନ୍ ୧ ରୁ ବଜ୍ରପାତ, କାନ୍ଥ ଭୁଶୁଡ଼ିବା କିମ୍ବା ପାଣିରେ ବୁଡ଼ିଯିବା ଭଳି ଘଟଣା ଯୋଗୁଁ ୬୩ ଜଣଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୯,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୪୬୮ ଜଣଙ୍କୁ ଉଦ୍ଧାର କରାଯାଇଛି। ସୋମବାର ଦିନ ଭଳି ଆଜି ବି ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ରହିଛି। ଦକ୍ଷିଣ ଗୁଜରାଟର ଡାଙ୍ଗ, ନାଭସାରି, ତାପି, ଭାଲସାଦ ଭଳି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି ଏବଂ ପରିସ୍ଥିତି ବିଗିଡିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..