ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ନେ ତା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ କୁନେଇ ବିଧାସଭାରେ ବିଜେପି କଂଗ୍ରେସ ମୁହାମୁହିଁ ହୋଇଚଟାଇ |ଆଜି ବିଧାସଭାରେ ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ ଗୁହାରେ ହଟ୍ଟଗୋଳ ଦେଖା ଦେଇଥିଲା | ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୧ ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ କିଛି ସମୟ ଗୃହକାର୍ଯ୍ୟ ଚାଲିବା ପରେ ସମାନ ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାେଁ ମୁଲତବୀ ରଖାଯାଇଛି । ଉଲ୍ଲେଖ ଯୋଗ୍ୟ- କଂଗ୍ରେସ ନେତା ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ , ଉତ୍ତରପ୍ରଦେଶ ହାତରସ ରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଛି । ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଜଣେ ଦଳିତ ବର୍ଗର ହୋଇଥିବା ସତ୍ତ୍ଵେ ସେ ଦଳିତ ମାନଙ୍କ ପାଇଁ କିଛି କରିନାହାନ୍ତି । ବର୍ତ୍ତମାନ ବିଜେପି ସରକାର ଆଦିବାସୀ କାର୍ଡ ଖେଳିଛି । ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ।ଏହି ଭଳି ସୈତାନି ବିଚାରଧାରା ରଖିଥିବା ଦଳ ପ୍ରାର୍ଥୀ ଦେଲେ ଦେଶର କଣ ହେବ । ଜାତିକୁ ରାଜନୀତି କରିବା ଭୁଲ ବୋଲି କହିଥିଲେ କଂଗ୍ରେସ ନେତା ଅଜୟ କୁମାର । ଆଉ ଏହାକୁ ନେଇ ବିଧାନସଭାରେ ଦେଖିବାକୁ ୱିଲିଛି ତୁମ୍ଭି ତୋଫାନ | କଂଗ୍ରେସ ନେତାଙ୍କ ଏ ଭଳି ବିବାଦୀୟ ମନ୍ତବ୍ୟକୁ ପ୍ରତିବାଦ କରି ବିଜେପି ସଦସ୍ୟ ମାନେ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଥିଲେ । ସେପଟେ କଂଗ୍ରେସ ବିଧାୟକ ମାନେ ନିଜ ଦଳର ନେତା ରଖିଥିବା ବୟାନ ଯୁକ୍ତିଯୁକ୍ତ ଦର୍ଶାଇ ଅନୁରୂପ ଭାବେ ଗୃହ ମଧ୍ୟ ଭାଗରେ ହୋହାଲ୍ଲା କରଛନ୍ତି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..