ରିପୋର୍ଟ କାର୍ଡ / ପୁରୀ
ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି । ଗୁଣ୍ଟୁର୍ ତଡାପଲି ପ୍ରକାଶ ନଗର ଅଞ୍ଚଳର ଚ କ୍ରୀଷ୍ଣା ନାମକ ଜଣେ ବ୍ୟକ୍ତି ସମୁଦ୍ରରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଉଥିଲେ । ସେଠାରେ ମୁତୟନ ଥିବା ଲାଇଫ ଗାର୍ଡମାନେ ୱଟର ସ୍କୁଟର ସାହାଯ୍ୟରେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ଗଭୀର ସମୁଦ୍ରରେ ଚ କ୍ରିଷ୍ଣା ବୁଡି ଯାଉଥିବା ଏବଂ ଲାଇଫ ଗାର୍ଡମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପୁରୀ ସମୁଦ୍ର କୂଳ ସେକ୍ଟର ୬ରେ ଏହି ଘଟଣା ଘଟିଥିବା ବେଳେ ଏକ ବଡ ଅଘଟଣରୁ ବ୍ୟକ୍ତି ଜଣକ ବଞ୍ଚି ଯାଇଛନ୍ତି।






More Stories
ଭୟଙ୍କର ବର୍ଷା,ଏହି ୩ ଜିଲ୍ଲାକୁ ସତର୍କ ସୂଚନା……
କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ…..
ଦାୟିତ୍ବ ନେଲେ ସଞ୍ଜୟ ବିଶ୍ବାଳ…..