ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ। ୧୮ରୁ ୫୯ ବର୍ଷ ବର୍ଗ ଲୋକଙ୍କୁ ଦିଆଯାଉଛି ଟୀକା।ରାଜଧାନୀ ଭୁବନେଶ୍ୱର ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଏମ୍ସି କମିଶନର ଏହି ଟିକାକରଣ କୁ ଶୁଭାରମ୍ଭ କରାଯାଇଛି । ସହରରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ରାଜଧାନୀରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ, ବିଏମ୍ସି ହସ୍ପିଟାଲ, ୟୁନିଟ-୪, ପଟିଆ, ଡୁମଡୁମା, ୟୁନିଟ-୮, ଆଇଆରସି ଭିଲେଜ, ଘାଟିକିଆ, ଏମ୍ଏସ୍, ସହିଦନଗର, ସାମାନ୍ତରାୟପୁର ଏବଂ କଳ୍ପନା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବ । ଟିକାଦାନ ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେଣୁ ଯେଉଁମାନେ ବୁଷ୍ଟର ଡୋଜ ନେବାକୁ ଇଚ୍ଛୁକ ସେମାନେ ନେଇପାରିବେ ବୋଲି ବିଏମ୍ସି ସୂଚନା ଦେଇଛି । ଏହି ଉଦ୍ଘାଟନି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତି, ନିର୍ଦ୍ଦେଶକ ବିଜୟ ମହାପାତ୍ର ଯୋଗଦେଇଥିଲେ | ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..