ରିପୋର୍ଟ କାର୍ଡ / ବଲାଙ୍ଗିର
ଟ୍ରକ୍କୁ ଧକ୍କା ଦେଇ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଦୁର୍ଘଟଣାରେ ୨୪ ଜଣ ବସଯାତ୍ରୀ ଆହତ। ଆଜି ରାତିରେ ବଲାଙ୍ଗିର-ବରଗଡ ୨୬ ନମ୍ବର ଜାତୀୟ ରାଜପଥ ହୀରାପୁର ଛକ ଠାରେ ଘଟିଛି ଏହି ସଡକ ଦୁର୍ଘଟଣା। ସୂଚନା ମୁତାବକ, ବଲାଙ୍ଗିରରୁ ବରଗଡକୁ ଯାଉଥିବା କୁମୁଦିନୀ ଟ୍ରାଭେଲ୍ସ ନାମକ ଯାତ୍ରୀବାହୀ ବସ ବେଦାନ୍ତ କଂପାନୀ କାମରେ ନିୟୋଜିତ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ଭିତରୁ ୨୪ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ୱୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀ ମାନଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି |






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..