ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ମେଡିକାଲ ଜର୍ଣ୍ଣଲ ଦ ଲାନ୍ସଲେଟର ରିପୋର୍ଟରୁ ହୋଇଛି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା । ରିପୋର୍ଟରୁ ଜଣାପଡିଛି ଯେ, ଯୁବପିଡ଼ି ବା କମ୍ ବୟସର ଲୋକଙ୍କ ପାଇଁ ମଦ ପିଇବା କ୍ଷତିକାରକ । କିନ୍ତୁ ୪୦ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ । ଲାଭଦାୟକ ହେଲେ ବି ସେମାନେ ଅଳ୍ପ ପରିମାଣରେ ମଦ ପିଇବା ଉଚିତ୍ । ବିଶ୍ୱର ଏହି ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣଲ ଦ ଲାନ୍ସଲେଟର ଯେଉଁ ରିପୋର୍ଟ ପ୍ରକାଶ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରିପୋର୍ଟରେ କୁହାଯାଇଛି ଯେ, ୧୫ରୁ ୩୯ ବର୍ଷ ବୟସର ଯୁବପିଢ଼ି ମଦ ପିଇବା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ । କିନ୍ତୁ ସେହି ରିପୋର୍ଟରେ ପୁଣି କୁହାଯାଇଛି ଯେ, ୪୦ ବର୍ଷ ପରେ କମ୍ ପରିମାଣ ମଦ ପିଇଲେ ଏହା ଶରୀରକୁ ଲାଭ ଦେଇଥାଏ । କେବଳ ୨୦୨୦ରେ ୨୦୪ଟି ଦେଶର ୧୩୪ କୋଟି ଲୋକ ଅଧିକ ପରିମାଣର ପଦ ପିଇଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏମାନଙ୍କ ଭିତରେ ୫୯ ପ୍ରତିଶତ ହେଉଛନ୍ତି ୧୫ରୁ ୩୯ ବର୍ଷ ମଧ୍ୟରେ ଥିବା ଯୁବପିଢ଼ି । ଲାନସେଟ ରିପୋର୍ଟରେ କୁହାଯାଇଛି ଯେ, ୪୦ ବର୍ଷରୁ ଅଧିକ ବୟସ୍କ ଲୋକେ ଦିନକୁ ମାତ୍ର ୧୦ ମିଲିଲିଟର ୱାଇନ୍ ପିଇପାରିବେ । ଏହାଦ୍ୱାରା ହାର୍ଟ ଡିଜିଜ, ହାର୍ଟ ଷ୍ଟ୍ରୋକ୍ କମିବାର ସମ୍ଭାବନା ରହିଛି ।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..