ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ଵରରେ ଥିବା ଗଙ୍ଗୁଆ ନାଳରେ ପଡି ଜଣେ ଶିଶୁର ମୁତ୍ୟୁ ହୋଇଛି। ଶିଶୁଟି ଖେଳୁ ଖେଳୁ ଗଙ୍ଗୁଆ ନାଳରେ ପଡ଼ିଯିବାରୁ ୫ ବର୍ଷର ଶିଶୁ ତୀର ମୃତ୍ୟୁ ହୋଇଛି। ମୃତ ଶିଶୁ ଭୁଆଶୁଣି ଲେନ୍ ନିକଟ ଅଞ୍ଚଳରେ ପରିବାର ସହ ରହୁଥିଲା। ଗତକାଲି ସେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପିଲାଟିର ସନ୍ଧାନ ପାଇ ନ ଥିଲେ। ଦୀର୍ଘ ସମୟ ପରେ ଗଙ୍ଗୁଆ ନାଳରେ ଏକ ଶିଶୁଟି ପଡିଥିବା ସୂଚନା ପାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି ପରେ ଶିଶୁକୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ତାକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ଶିଶୁର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।






More Stories
୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର…..
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..