ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍। ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କୁ ପାଣି ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମଧ୍ୟପ୍ରଦେଶରର ଖରଗୋନ ଏବଂ ଧାର୍ ଜିଲ୍ଲା ସୀମା ଖଲଘାଟରେ ଥିବା ନର୍ମଦା ପୋଲ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଛି। ଏଯାବତ୍ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅନ୍ୟମାନେ ନିଖୋଜ ଅଛନ୍ତି। ସୂଚନାନୁଯାୟୀ, ଏକ ଯାତ୍ରୀବାହୀ ବସ୍ ୫୫ ଜଣ ଯାତ୍ରୀଙ୍କୁ ନେଇ ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିଲା । କିନ୍ତୁ ଖରଗୋନ ଏବଂ ଧାର୍ ଜିଲ୍ଲା ସୀମା ଖଲଘାଟରେ ଥିବା ନର୍ମଦା ପୋଲ ଉପରୁ ନଦୀକୁ ଖସିପଡ଼ିଥିଲା। ଖବର ପାଇ ପୋଲିସ ଏବଂ ପ୍ରଶାସନ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶେଷ ଖବର ସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଯାତ୍ରୀମାନେ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଖରଗୋନ-ଧାର୍ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..