ରିପୋର୍ଟ କାର୍ଡ / ଭୋପାଳ
ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ମଧ୍ୟପ୍ରଦେଶର ଝାବୁଆରେ ଏଭଳି ଅଘଟଣ ଘଟିଛି। ପଶ୍ଚିମ ରେଲୱେର ରତଲାମ ମଣ୍ଡଳରେ ଏକ ମାଲବାହୀ ଟ୍ରେନ୍ର ୧୬ଟି ବଗି ଓଲଟି ପଡିଛି। ଫଳରେ ଅନେକ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦାହୋଦ ଜିଲ୍ଲାର ମଙ୍ଗ ମହୁଡିରେ ଗତ ବିଳମ୍ବିତ ରାତିରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଯୋଗୁ ଅନେକ ଯାତ୍ରୀବାହୀ ଟ୍ରେନ୍ ପ୍ରଭାବିତ ହୋଇଛି। ସେହିପରି କେକେତ ଟ୍ରେନ୍ର ଗତିକୁ ବଦଳାଇ ଦିଆଯିବା ସହ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି। ସୂଚନା ମୁତାବକ, ମାଲବାହୀ ଟ୍ରେନ୍ର ୧୬ଟି ବଗି ଲାଇନଚ୍ୟୁତ ହୋଇ ପରସ୍ପର ଉପରେ ଚଢ଼ି ଯାଇଛି। ଟ୍ରେନ୍ର ୮ଟି ଗବି ଅପ୍, ୮ଟି ବଗି ଡାଉନ୍ ଲାଇନ୍ ଓ ୬ଟି ବଗି ଅଫ୍ ଲାଇନରେ ବିଛାଡି ହୋଇ ପଡିଛି। ଘଟଣାସ୍ଥଳରେ ଦୂରଦୂରାନ୍ତ ଯାଏଁ ମାଲବାହୀ ଟ୍ରେନ୍ର ଯନ୍ତ୍ରାଂଶ ଗୁଡିକ ଛିଟିକି ମଧ୍ୟ ପଡିଛି। ସେହିପରି ମଙ୍ଗଳ ମହୁଡିର ଦେଢ଼ କିଲୋମିଟର ଭିତରେ ରେଲୱେର ୨୫ ହଜାର ମେଗା ୱାଟ୍ର ମୁଖ୍ୟ ଲାଇନ୍ ଛିଡି ଯାଇଛି।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..