ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଶ୍ରେଷ୍ଠାସନରେ ଆସୀନ ହୋଇ ପାରନ୍ତି। ନୀତିନିଷ୍ଠ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିର କାରଣ ହୋଇପାରନ୍ତି। ଚତୁର ଓ ଧନଯୁକ୍ତ ହେବେ। ଖର୍ଚ୍ଚାନ୍ତ ଯୋଗ ଅଛି।
ବୃଷ : ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକରି ଲୋକଙ୍କର ଆସ୍ଥାଭାଜନ ହୋଇପାରନ୍ତି। ଜ୍ଞାନଗରିମାଯୁକ୍ତ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଧାର୍ମିକ ପ୍ରବର ହେବେ। ଶିଳ୍ପ ପାରଦର୍ଶୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ପତ୍ନୀ ପରାୟଣ ହେବେ।
କର୍କଟ : ରାଜତୁଲ୍ୟ କ୍ଷମତାସମ୍ପନ୍ନ ହେବେ। ଧନରତ୍ନ ଭଣ୍ଡାରର ମାଲିକାନା ରହିବ। ନ୍ୟସ୍ତ ଦାୟିତ୍ବ ଉତ୍ସାହଜନକ ହେବ। ପରୋପକାରୀ ହେବେ। ବିଭିନ୍ନ ପ୍ରକାରର ଧନ ଲାଭ କରିପାରନ୍ତି। କୃତୀ ପ୍ରତିଯୋଗୀ ହେବେ।
ସିଂହ : ବିରାଟ ଆଶା ନେଇ ଆଗକୁ ବଢ଼ୁଥିବାବେଳେ ପ୍ରଚଣ୍ଡ ନିରାଶାରେ ଫେରିବାକୁ ପଡ଼ିପାରେ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ଧନ ଭୋଗ କରିବେ। ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା : ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ହୋଇପାରନ୍ତି। ବିଦୂଷୀ ପତ୍ନୀଙ୍କ ଉପଦେଶ ମାନି ଚଳିବାକୁ ପଡ଼ିବ। ଦିନଟି ସୁଖ-ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ପରର ପୀଡ଼ାକୁ ଅନୁଭବ କରି ପାରୁଥିବାରୁ ବୈଷ୍ଣବ ପଦବାଚ୍ୟ ହୋଇପାରନ୍ତି।
ତୁଳା : ଶତ୍ରୁ ଦମନକରି ମାନସିକ ଶାନ୍ତି ଫେରିପାଇବେ। ପିଲାମାନଙ୍କୁ ପ୍ରତିଦ୍ବନ୍ଦ୍ବୀ ନ କରାଇ ପ୍ରଗତିଶୀଳ କରିବେ। ଯତ୍ନ, ଅଧ୍ୟବସାୟ ଓ କଠିନ ପରିଶ୍ରମରୁ ଆୟରେ କରଜ ଶୁଝିବେ।
ବିଛା : ଅଭିଜ୍ଞ ବ୍ୟକ୍ତିଭାବେ ସଂସ୍ଥାର ସୁପରିଚାଳନା କରି ପ୍ରତିଷ୍ଠା ଲାଭ କରିବେ। ଅଧିକ ଜ୍ଞାନ ଆହରଣ ପାଇଁ ଉଦ୍ୟମ ଜାରି ରଖିବେ। ଉପଯୁକ୍ତ ତାଲିମ ପାଇ ତା’ର ସଦ୍ ବ୍ୟବହାର କରିବେ।
ଧନୁ : ପ୍ରତ୍ୟେକ କ୍ଷେତ୍ରରେ ସକାରାତ୍ମକ ବିଚାରାଧାରା ପୋଷଣ କରିପାରନ୍ତି। ଶ୍ରମ ଶକ୍ତିର ବିନିଯୋଗ କରିପାରନ୍ତି। କୃଷି ଉତ୍ପାଦନ ପାଇଁ ପରାମର୍ଶ ଦେବେ। ସଂକଳ୍ପବାନ୍ ବ୍ୟକ୍ତିତ୍ବ ସମ୍ପନ୍ନ ହେବା ଆଶା କରାଯାଏ।
ମକର : ଅନାୟାସରେ କାର୍ଯ୍ୟ ହାସଲ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ । ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
କୁମ୍ଭ : ଜୀବନ ସମର୍ପିତ ହୋଇପାରେ। ସମାଜ ସଂସ୍କାର ଓ ସମାଜର ଜାଗରଣ ପାଇଁ ଆପଣଙ୍କ ରଚନା ଫଳପ୍ରସୂ ହୋଇପାରେ। କର୍ମକ୍ଷେତ୍ରରୁ ଧନାଗମର ସୂଚନା ମିଳୁଛି। ସତ୍ଚରିତ୍ର ଯୋଗୁଁ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ହେବେ।
ମୀନ : ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ। ଆୟ ଅଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ସୁସ୍ଥ ରହିବେ। ପତ୍ନୀଙ୍କ ମନସ୍କାମନା ପୂରଣ କରିପାରନ୍ତି। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..