ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ମୋହର ଲାଗିପାରେ । ବର୍ତ୍ତମାନ ବିଧାନସଭା ମୌସୁମୀ ଅଧିବେଶନ ଚାଲୁଥିବାରୁ ଆଜି ସକାଳ ୧୦ଟାରେ ଏହି ବୈଠକ ବସିବ । କରୋନା କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ଏହି ବୈଠକ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିସିରେ ଯୋଡିହେବେ । ମନ୍ତ୍ରୀମାନେ ନିଜ କାର୍ଯ୍ୟାଳୟ କିମ୍ବା ଲୋକସେବା ଭବନରୁ ଭିସି ଜରିଆରେ ଯୋଡି ହେବେ ବୋଲି ସୂଚନା ଦିଆଯାଇଛି ।






More Stories
ଅକ୍ଟୋବରରୁ ନୂଆ ଭୋଟର ତାଲିକା ପ୍ରସ୍ତୁତି…..
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି…..
ହୀରାକୁଦ ଖୋଲିଲା ଆଉ ୪ ଗେଟ୍…..