Report Card Odisha

| Daily Odia News

ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ହେଉଛି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ | ମଙ୍ଗଳବାର ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଛନ୍ତି। ସେ ଅନ୍ୟତମ ପ୍ରାର୍ଥୀ ଡୁଲାସ୍‌ ଆଲାପେରୁମାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଏହା ପରେ କାମଚଳା ରାଷ୍ଟ୍ରପତି ଥିବା ୟୁନାଇଟେଡ୍‌ ନ୍ୟାସନାଲ ପାର୍ଟିର ରନିଲ ବିକ୍ରମସିଂ​‌ହେ, ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ଡୁଲାସ୍‌ ଆଲାପେରୁମା ଓ ଜନତା ବିମୁକ୍ତି ପେରାମୁନେ ଦଳର ଅନୁରା କୁମାର ଦିଶାନାୟ‌େ​‌କ ପ୍ରାର୍ଥୀ ରହିଛନ୍ତି। ଡୁଲାସ୍‌ ପୂର୍ବତନ ଗଣମାଧ୍ୟମ ବ୍ୟକ୍ତିତ୍ବ। ସଂସଦର ୨୨୫ ସଦସ୍ୟ ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ତିନି ପର୍ଯ୍ୟାୟରେ ସର୍ବାଧିକ ଭୋଟ୍‌ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ; କିନ୍ତୁ ସେ ଅଧାରୁ ଅଧିକ ଭୋଟ୍‌ ପାଇଥିବା ଆବଶ୍ୟକ। ମତଦାନ ପାଇଁ ବୁଧବାର ସଂସଦ ଅଧିବେଶନ ବସିବ। ସଂସଦରେ ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ସର୍ବାଧିକ ସଦସ୍ୟ ଥିବାରୁ ରନିଲ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି।

Breaking News