ରିପୋର୍ଟ କାର୍ଡ / ବ୍ରହ୍ମପୁର
ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହେବା ପରେ ଏହାର ଖୋଲତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ ପହଞ୍ଚି ଖୋଳତାଡ଼ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓ ଙ୍କ ନାମରେ ପୂର୍ବରୁ ବହୁ ଅର୍ଥ ହଡ଼ପ ଅଭିଯୋଗ ଆସିଥିଲା । ଆଜି ଭିଜିଲାନ୍ସ ଟିମ ପହଞ୍ଚି ସେଗୁଡିକର ଖୋଳତାଳ ଆରମ୍ଭ କରିଛି l ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ଚଳିତ ମାସ ୪ ତାରିଖରେ ଅନୁଷ୍ଠାନରେ ଥିବା ୧୧୪ ପିଲାଙ୍କ ଅର୍ଥ ହଡ଼ପ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅର୍ଥ ହଡ଼ପ କରାଯାଇଥିବା ଘଟଣାର ଭିଜିଲାନ୍ସ ଖୋଳତାଳ ପାଇଁ ଦାବି କରାଯାଇଥିଲା l ଆଜି ଭିଜିଲାନ୍ସ ଟିମ ପହଞ୍ଚି ଖୋଳତାଳ ଜାରି ରଖିଛନ୍ତି । ଏ ନେଇ ଭିଜିଲାନ୍ସ ଟିମର କୌଣସି ପ୍ରତିକ୍ରିୟା ମିଳିନି।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……