ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଗଣତନ୍ତ୍ରରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଭାରତ ନୁହେଁ ଓଡ଼ିଶା ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗର୍ବ ଆଉ ଗୌରବର ବିଷୟ। ଦେଶର ପ୍ରଥମ ନାଗରିକ ହେବାରେ ୬୪ବର୍ଷୀୟା ଦ୍ରୌପଦୀ ପ୍ରଥମ ଓଡ଼ିଆ ଓ ସର୍ବକନିଷ୍ଠ। ଦ୍ରୌପଦୀ ଆସନ୍ତା ୨୫ରେ ଶପଥ ଗ୍ରହଣ କରିବେ। ଏଥିସହିତ ସେ ହେବେ ସ୍ବାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି। ଦେଶର ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ଗତ ୧୮ରେ ମତଦାନ ହୋଇଥିଲା। ଗୁରୁବାର ଏହାର ଗଣନା ହୋଇଥିଲା | ଯେଉଁଥିରେ ଦ୍ରୌପଦୀ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ରିଟର୍ଣ୍ଣିଂ ଅଫିସର ପି.ସି ମୋଦୀଙ୍କ ସୂଚନାନୁସାରେ ଇଲେକ୍ଟୋରାଲ କଲେଜର ମୋଟ ୩୨୧୯ ଯୋଗ୍ୟ ଭୋଟ୍; ଯାହାର ମୂଲ୍ୟ ୮ଲକ୍ଷ ୩୮ହଜାର ୮୩୯ ଥିଲାବେଳେ ସେଥିମଧ୍ୟରୁ ଦ୍ରୌପଦୀଙ୍କ ସପକ୍ଷରେ ମୋଟ ୨୧୬୧ ଖଣ୍ଡ ମିଳିଥିଲା। ଏହାର ମୂଲ୍ୟ ୫ଲକ୍ଷ ୭୭ହଜାର ୭୭୭ ଥିଲା। ଏହା ଧାର୍ଯ୍ୟ ୫୦ପ୍ରତିଶତ ଭୋଟ୍ରୁ ଯଥେଷ୍ଟ ଅଧିକ। ତାଙ୍କୁ ମୋଟ ୭୦%ରୁ ଅଧିକ ଭୋଟ ମିଳିଛି। ଅପରପକ୍ଷରେ ଯଶୋବନ୍ତଙ୍କୁ ମୋଟ ୧୦୫୮ ଖଣ୍ଡ ଭୋଟ ମିଳିଥିବାବେଳେ ଏହାର ମୂଲ୍ୟ ୨ଲକ୍ଷ ୬୧ହଜାର ୦୬୨ ରହିଛି; ଯାହା କି ପ୍ରାୟ ୨୮ପ୍ରତିଶତ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..