Report Card Odisha

| Daily Odia News

ଆସନ୍ତା ସପ୍ତାହରେ ଯୁକ୍ତ୨ ରେଜଲ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଯୁକ୍ତ୨ ପରୀକ୍ଷା ଫଳ ଏଥର ବି ଦୁଇଟି ପର୍ଯ୍ୟାୟରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଫଳ ଆସନ୍ତା ସପ୍ତାହରେ ବାହାରିବ। ଏହାର ୧୦ ଦିନ ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୧୦ ସୁଦ୍ଧା ବାକି ଦୁଇ ବିଭାଗ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ କରାଯିବ| ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ‌ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନ ହୁଏ, ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛୁ। ନିର୍ଧାରିତ ସମୟରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୂଲ୍ୟାୟନ ପ୍ରକ୍ରିୟା ସରିଛି। ଫଳ ପ୍ରକାଶ ପୂର୍ବରୁ ଅନ୍ୟାନ୍ୟ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଫଳ ପ୍ରକାଶ କରାଯିବ। ଫଳ ପ୍ରକାଶ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇନାହିଁ। ତଥାପି ଏ ମାସ ଶେଷ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି |

 

Breaking News