Report Card Odisha

| Daily Odia News

କଂଗ୍ରେସ ବିଜେପି ମୁହାଁ ମୁହିଁ,୪ଟା ଯାଏଁ ଗୃହ ମୁଲତବୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ବିଧାନସଭାରେ ଶୂନ୍ୟ କାଳରେ ଉଠିଲା ସୋନିଆଙ୍କୁ ଇଡି ସମନ୍ ପ୍ରସଙ୍ଗ। ଏହି କୁ ନେଇ କଂଗ୍ରେସ ବିଜେପି ମୁହାଁ ମୁହିଁ ହୋଇଛନ୍ତି। ଯାହାକୁ ନେଇ ବିଧାନସଭାକୁ ପ୍ରଥମେ ୧୦ ମିନିଟ୍‌ ଏବଂ ପରେ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ତେବେ କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରୁଛି, ତାଙ୍କୁ ଇଡି ସିବିଆଇ ଲଗାଇ ସମନ ଜେରା କରାଯାଉଛି । ସେପଟେ ବିଜେପିର କହିବା କଥା ନିର୍ଦ୍ଧିଷ୍ଟ ପ୍ରମାଣ ମିଳିବା ପରେ ସମାନ ଓ ଜେରା କରାଯାଉଛି। ଏହାକୁ ନେଇ କଂଗ୍ରେସ ବିଜେପି ମଧ୍ୟ ରେ କଥା କଟା କଟି ହୋଇଥିଲା। କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଥିଲେ। ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ ୧୦ ମିନିଟ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

 

Breaking News