Report Card Odisha

| Daily Odia News

ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ବିଜ୍ଞାନ କେନ୍ଦ୍ର ସ୍ଥାପନ ହେବ ଓ ଏବେ ୭ଟି ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଏବେ ବରଗଡ଼ ଜିଲ୍ଲାର ଟୁକୁର୍ଲାଠାରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ହୋଇଛି । ଅନ୍ୟ ୬ଟି ଜିଲ୍ଲା ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ବଲାଙ୍ଗିର ଓ ସୁନ୍ଦରଗଡ଼ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣାଧୀନ ରହିଛି । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲା ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ,କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗିର, ସୁନ୍ଦରଗଡ଼, ଜଗତସିଂହପୁରଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଯୋଜନା ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଜିଲ୍ଲା ଗୁଡ଼ିକରେ ଉପଯୁକ୍ତ ସ୍ଥାନ ଚିହ୍ନିତ ହୋଇ ଜମି ପଟ୍ଟା ବିଜ୍ଞାନ ଓ କାରିଗରୀ ବିଭାଗକୁ ହସ୍ତଗତ ହେବ ସେହି ସବୁ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ଅଗ୍ରାଧିକାର ଦିଆଯିବ । ଏବେ ମାଲକାନଗିରି, ଦେବଗଡ଼, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଅନୁଗୁଳ ଓ ଗଜପତି ଜିଲ୍ଲାରେ ଚିହ୍ନିତ ସ୍ଥାନର ଜମି ପଟ୍ଟା ହସ୍ତାନ୍ତ ପାଇଁ ତହସିଲଦାରଙ୍କ ପାଖରେ ଦରଖାସ୍ତ ଦାଖଲ କରାଯାଇଛି । ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ପରେ ଆର୍ଥିକ ଅନୁଦାନର ଉପଲବ୍ଧ ନେଇ ବିଭାଗ ଦ୍ୱାରା ପ୍ରକଳ୍ପର ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପଣ୍ଡା ଆଜି ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି ।

Breaking News