Report Card Odisha

| Daily Odia News

ବାବୁଶାନ୍-ପ୍ରକୃତିଙ୍କୁ କମିଶନରେଟ୍ ପୋଲିସର ନୋଟିସ୍……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ହଇଚଇ କରୁଛି ରାଜରାସ୍ତାରେ ଷ୍ଟାରଙ୍କ କଳି । ସୁପରଷ୍ଟାର ବାବୁସାନ ଓ ପ୍ରକୃତିଙ୍କୁ ପୋଲିସ ନୋଟିସ କରିଥିବା ସୂଚନା ମିଳିଛି । ଫୋନ ଯୋଗେ ଉଭୟଙ୍କୁ ନୋଟିସ କରିଛି କମିସନରେଟ ପୋଲିସ । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ କୁହାଯାଇଛି । ସେପଟେ ମନ୍ମଥ ମିଶ୍ରଙ୍କ ଅଭିଯୋଗ ପରେ ଲଳିତ ଶତପଥୀଙ୍କୁ ନୋଟିସ କରିଥିଲା ପୋଲିସ । ଆଉ ଏବେ ଲଳିତଙ୍କୁ ପଚରାଉଚରା କରିସାରିଛି ଖାରବେଳ ନଗର ଥାନା ପୋଲିସ । ସୂଚନାଯୋଗ୍ୟ ଯେ, ଶନିବାର ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଲେ ପତ୍ନୀ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ। ରାସ୍ତା ମଝିରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ତାଙ୍କୁ ବି ମାଡ଼ ମାରିଥିଲେ ପତ୍ନୀ। ତେବେ ରାଜଧାନୀର ରାଜରାସ୍ତାରେ ଏପରି ଘଟଣା ଘଟିବା ପରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଖାରବେଳ ନଗର ଥାନାରେ ଲଳିତ ଶତପଥୀଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାର କିଛି ସମୟ ପରେ ବାବୁସାନ୍‌ଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତ ମହାନ୍ତି ଓ ତାଙ୍କ ବୋହୂ ତୃପ୍ତି ଯାଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉଭୟ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ଆଉ ଏବେ ବାବୁସାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ୍‌ ଜାରି ହୋଇଛି । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଥିବା ସୂଚନା ମିଳିଛି କମିଶନରେଟ୍ ପୋଲିସ ।

 

Breaking News