ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ପାଇଁ ଗୌରବ ଆଣିଛନ୍ତି ସୁନା ପୁଅ ଜାଭଲିନ୍ ଥ୍ରୋ’ର ନୀରଜ ଚୋପ୍ରା । ବିଶ୍ୱ ଆଥ୍ଲେଟିକ୍ ଚାମ୍ପିଅନସିପରେ ନୀରଜ ଚୋପ୍ରା ରୌପ୍ୟ ଜିତିଛନ୍ତି । ଜାଭଲିନ୍ ଥ୍ରୋ’ରେ ୮୮.୧୩ ମି. ଜାଭଲିନ୍ ଫିଙ୍ଗି ସେ ରୌପ୍ୟ ହାସଲ କରିଥିବା ବେଳେ ଭାରତ ପାଇଁ ଏକ ଇତିହାସ ରଚିଛନ୍ତି । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ନୀରଜ ରୌପ୍ୟ ଜିତିଛନ୍ତି । ପୂର୍ବରୁ ଅଞ୍ଜୁ ବବି ବ୍ରୋଞ୍ଜ ଜିତିଥିଲେ । ହେଲେ ଆଜି ନୀରଜ ରୌପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ପୂର୍ବରୁ ନୀରଜ ଅଲିମ୍ପିକରେ ସ୍ୱର୍ଣ୍ଣ ଜିତିଥିଲେ । ଯାହାକୁ ନେଇ ଦେଶରେ ଖୁସିର ଲହରି ଖେଳିଯାଇଥିଲା । ଭେଟେରାନ୍ ଆଥଲେଟ୍ ଅଞ୍ଜୁ ବବି ଜର୍ଜ ୨୦୦୩ରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲେ । ଚତୁର୍ଥ ରାଉଣ୍ଡରେ ନୀରଜ ୮୮.୧୩ ମିଟର ଜାଭେଲିନ୍ ଥ୍ରୋ ସହିତ ରୌପ୍ୟ ଜିତିଛନ୍ତି । ଅନ୍ୟପକ୍ଷରେ ରୋହିତ ଯାଦବ ଫାଇନାଲରେ ଦଶମ ସ୍ଥାନ ହାସଲ କରିଛନ୍ତି । ସେ ପ୍ରଥମ ରାଉଣ୍ଡରେ ୭୭.୯୬ ମିଟର, ଦ୍ୱିତୀୟ ରାଉଣ୍ଡରେ ୭୮.୦୫ ଏବଂ ତୃତୀୟ ରାଉଣ୍ଡରେ ୭୮.୭୨ ମିଟର ଜାଭେଲିନ୍ ଫିଙ୍ଗିଥିଲେ ।
More Stories
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……