ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଆଉ ଗୋଟିଏ ଦିନ ଇଡି ହାଜତରେ ରହିଛନ୍ତି। ଶନିବାର ଗିରଫ ହୋଇଥିବା ଅର୍ପିତାଙ୍କୁ ରବିବାର ଅଦାଲତରେ ହାଜର କରାଯାଇଥିଲା। ମାତ୍ର ଅଦାଲତ ତାଙ୍କ ରାୟ ସଂରକ୍ଷଣ ରଖିଥିବାରୁ ତାଙ୍କୁ ପୁନର୍ବାର ଇଡି ହାଜତରେ ରହିବାକୁ ହୋଇଛି। ଶନିବାର ଅର୍ପିତାଙ୍କ ସହିତ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଅନ୍ୟପଟେ ଗିରଫ ପରେ ପାର୍ଥ ଅସୁସ୍ଥତା କାରଣ ପାଇଁ ଏସ୍ଏସକେଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାର୍ଥଙ୍କୁ ନିଜ ହେପାଜତକୁ ନେବା ଲାଗି ଇଡି କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ହାଇକୋର୍ଟରେ ଇଡି କହିଛି ଯେ ପାର୍ଥ ତଦନ୍ତରେ ସହଯୋଗ କରୁ ନାହାନ୍ତି। ହସ୍ପିଟାଲ ପରିସରରେ ସେ ଜଣେ ଡନ୍ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଅସୁସ୍ଥତାର ଆଳ କରି ସେ ହସ୍ପିଟାଲରେ ରହିଛନ୍ତି। ନିମ୍ନ ଅଦାଲତ ତଦନ୍ତକାରୀ ଏଜେନ୍ସିର ଯୁକ୍ତି ନ ଶୁଣି ମନ୍ତ୍ରୀଙ୍କୁ ହସ୍ପିଟାଲରେ ରହିବାର ଅନୁମତି ଦେଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଇଡି ପକ୍ଷରୁ କହିଛନ୍ତି। ସୂଚନାଯୋଗ୍ୟ ନିଯୁକ୍ତି ଜାଲିଆତି ଘଟଣାର ତଦନ୍ତ କ୍ରମରେ ଇଡି ଶୁକ୍ରବାର ଅର୍ପିତାଙ୍କ ଘରେ ଚଢଉ କରି ୨୧ କୋଟି ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ କରିଥିଲା।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..