Report Card Odisha

| Daily Odia News

ମରଣାନ୍ତକ ଆକ୍ରମଣ କରି ଲୁଟିଲେ…..

ରିପୋର୍ଟ କାର୍ଡ / କୋଣାର୍କ

ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା,ସୁନା ଲୁଟି ନେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ରାସ୍ତାର ସର୍ବାପଡ଼ାରେ। ଗୁରୁତର ଯୁବକ ଗଙ୍ଗାଧର ବେହେରା ଓ ଗୟାଧର ବେହେରାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆହତ ଯୁବକଙ୍କ ଘର ରାମଚଣ୍ଡୀ ଥାନା ଅନ୍ତର୍ଗତ କାନପୁର ଗାଁରେ। ଗଙ୍ଗାଧର ଓ ଗୟାଧର ସମ୍ପର୍କରେ ଦୁଇ ଭାଇ ହେବେ। ଗଙ୍ଗାଧର ଓ ଗୟାଧର ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଆଜି ଭୋର ୩ଟା ସମୟରେ ଗାଁର ଜଣେ ଯୁବକ ଦେବରାଜ ରାଉତଙ୍କ ସହ ଗଙ୍ଗାଧର ଓ ଗୟାଧର ବାଇକ୍‌ରେ ଭୁବନେଶ୍ୱର ଆସୁଥିଲେ। ଭୁବନେଶ୍ୱରରୁ ସେମାନେ ଟ୍ରେନରେ ବାହାର ରାଜ୍ୟକୁ ଯାଇଥାନ୍ତେ। ହେଲେ ନିମାପଡ଼ା ଛକର ସର୍ବାପଡ଼ା ଠାରେ ଏକ କାର୍‌ରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ବାଇକ୍‌କୁ ପ୍ରଥମେ ଧକ୍କା ଦେଇଥିଲେ। ଦେବରାଜ, ଗଙ୍ଗାଧର ଓ ଗୟାଧର ତଳେ ପଡ଼ି ଯାଇଥିଲେ। କାର୍‌ରେ ଥିବା ଦୁର୍ବୃତ୍ତ ଗଙ୍ଗାଧର ଓ ଗୟାଧରଙ୍କଠାରୁ ଟଙ୍କା ପଇସା ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଦୁଇ ଭାଇ ଟଙ୍କା ପଇସା ଦେବାକୁ ଅମଙ୍ଗ ହେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ। ଏହା ଦେଖି ଦେବରାଜ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପରେ ଦୁର୍ବୃତ୍ତମାନେ ଗଙ୍ଗାଧର ଓ ଗୟାଧରଙ୍କଠାରୁ ଟଙ୍କା, ପଇସା, ମୋବାଇଲ ଓ ସୁନା ହାର ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ଦେବରାଜ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚି ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି |

 

 

Breaking News