ରିପୋର୍ଟ କାର୍ଡ / ବ୍ରହ୍ମପୁର
ଝିଅକୁ ବିଷ ଦେଇ ମାରିଦେବାକୁ ବାପା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଝିଅ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ସଂଗୀନ ଅଭିଯୋଗ ହୋଇଛି ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ | ସୂଚନାଯୋଗ୍ୟ ଯେ, ଗାଁର ବାଲାଜୀ ପାତ୍ର ତାଙ୍କ ବଡ ଝିଅଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଝିଅ ଜଣଙ୍କ ଦିବ୍ୟାଙ୍ଗ । ସେ ଅବିବାହିତ ଥିବାବେଳେ ଦୀର୍ଘ ୧୦ବର୍ଷ ହେଲା କେରଳରେ ସିଲେଇ କରି ଜୀବନ ନିର୍ବାହ କରୁଥିଲେ । ମଝିରେ ମଝିରେ ଗାଁକୁ ଆସନ୍ତି। ଗତ ୧୪ତାରିଖରେ ଝିଅ ଗାଁକୁ ଆସିଥିଲେ । ୧୯ ତାରିଖରେ ଘରେ କେହି ନଥିବା ବେଳେ ବାପା ବାଲାଜୀ ଉପର ଘରେ ଝିଅର ହାତ ବାନ୍ଧି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ମା’ ପାର୍ବତୀ ପାତ୍ର କହିଛନ୍ତି । ଝିଅକୁ ଘରୁ ତଡିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଥିବା ମା’ ପାର୍ବତୀ କହିଛନ୍ତି । ଝିଅ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା କୁହାଯାଉଛି । ଏ ଘଟଣାରେ ପୋଲିସ ବାଲାଜୀକୁ ଗିରଫ କରିଛି ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..