ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲା ଜଗତପୁର ନିମପୁର ସ୍ପୋର୍ଟସ କ୍ଲବ୍ ନିକଟ ରାସ୍ତାରେ ଜଣେ ଯୁବକ ଉନ୍ମତକାଣ୍ଡ ଘଟାଇଛନ୍ତି | ରାସ୍ତାରେ ଯେ ଗଲା ତାକୁ ଗୋଡ଼ାଇଲେ ଯୁବକ | ସୂଚନାଯୋଗ୍ୟ ଯେ, ଜଗତପୁର ନିମପୁର ସ୍ପୋର୍ଟସ କ୍ଲବ୍ ନିକଟଜଣେ ଯୁବକ ରାସ୍ତାରେ ଯାଉଥିବା ବାଇକ୍ ଆରୋହୀ, କାର୍ ଓ ଜଣେ ଯୁବତୀଙ୍କୁ ଗୋଡାଇ ଥିଲେ। ଯୁବକଙ୍କ ଏଭଳି ଉନ୍ମତ ବ୍ୟବହାର ଦେଖି ସ୍ଥାନୀୟ ଅଞ୍ଚଳର କେତେକ ଯୁବକ କୌଶଳକ୍ରମେ ଯୁବକଙ୍କୁ କାବୁ କରିଥିଲେ।ଜଗତପୁର ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଥାନା ଆଣିଛି | ଏନେଇ ପ୍ରାଥମିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..