ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରକାଶ ପାଇଲା ଚଳିତ ବର୍ଷର ଓଜେଇଇ ପରୀକ୍ଷାଫଳ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଆଜି ପରୀକ୍ଷାଫଳ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଘୋଷଣା କରିଛନ୍ତି। ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଜୁଲାଇ ୪ ରୁ ୮ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଓଜେଇଇ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ୍ ମିଳିଛି। ଓଜେଇଇ ରେଜଲ୍ଟରେ ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଛନ୍ତି। ଏମସିଏରେ ଈଶାନ୍ତ କୁମାର ନାୟକ,ବି,ଫାର୍ମରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି। ଏମ୍. ଫାର୍ମରେ ସଚିନ ନାୟକ,ଏମ୍ ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଥିବା ବେଳେ ଏମ୍.ଟେକ୍ ସିଭିଲ ଇଂଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର ହୋଇଛନ୍ତି। ଏମ୍ ଟେକ୍ ଇଲେକ୍ଟ୍ରିକାଲ – ମିଥୁନ ଅଧିକାରୀ, ମେକାନିକାଲ – ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..