ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ ପ୍ରବୀଣ ନେତ୍ତାରୁଙ୍କୁ ମଙ୍ଗଳବାର ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପ୍ରବୀଣ ଗତ ରାତିରେ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ମୋଟରସାଇକେଲ୍ରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଖଣ୍ଡା ଓ ଛୁରିରେ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଖଣ୍ଡାରେ ଆକ୍ରମଣ କରିବାରୁ ପ୍ରବୀଣ ତଳେ ପଡ଼ିଯାଇଥିଲେ। ଏହାପରେ ଆକ୍ରମଣକାରୀମାନେ ଛୁରିରେ ତାଙ୍କୁ ଅତି ନିର୍ମମ ଆକ୍ରମଣ କରିଥିଲେ । ପ୍ରବୀଣଙ୍କ ବେକ ଓ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି। ସ୍ଥାନୀୟ ଲୋକେ ପ୍ରବୀଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ପୁଲିସରେ ଖବର ଦେଇଥିଲେ। ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ପ୍ରବୀଣଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାରୀମାନଙ୍କୁ ଧରିବାପାଇଁ ୬ ପୁଲିସ ଟିମ୍ ଗଠନ ହୋଇଛି। ଉକ୍ତ ମାମଲାରେ ପଚରାଉଚରା ପାଇଁ ୧୫ ଜଣଙ୍କୁ ହାଜତକୁ ନିଆଯାଇଛି। ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଘଟିଥିବା ଏହି ହତ୍ୟାକାଣ୍ଡ ପଛରେ ଚରମପନ୍ଥୀ ଇସ୍ଲାମିକ ସଂଗଠନର ହାତ ରହିଥିବା ବିଶ୍ବ ହିନ୍ଦୁ ପରିଷଦ ଦାବି କରିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……