Report Card Odisha

| Daily Odia News

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ…..

ରିପୋର୍ଟ କାର୍ଡ / କୋରାପୁଟ

କୋରାପୁଟ ଜିଲ୍ଲା ଲମତାପୁଟ ସୂର୍ମି ଗାଁ ଛକ ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହିତ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ସୂଚନା ଅନୁସାରେ- ଗୋଟିଏ କାର୍‌ରେ ୫ଟି ବସ୍ତାରେ ପ୍ରାୟ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିଲା । ଏହି ସବୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ପୋଲିସ ଲମତାପୁଟ ସୂର୍ମି ଗାଁ ଛକ ନିକଟରେ କାର୍‌କୁ ଅଟକାଇଥିଲା । ଗାଡିରେ ସର୍ଚ୍ଚ ବେଳେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସେହିପରି ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

Breaking News