ରିପୋର୍ଟ କାର୍ଡ / ରାଜସ୍ଥାନ
ରାଜସ୍ଥାନ ବାଡମେରରେ ଏକ ମିଗ ବିମାନ କ୍ରାସ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ତେବେ ଏହି ବିମାନରେ ୨ ଜଣ ପାଇଲଟ ରହିତିବା ଜଣାଯାଇଛି । ଏହି ଦୁର୍ଘଟଣାର ଭିଡିଓ ଏବେ ହସ୍ତଗତ ହୋଇଛି । ଭିଡିଓରେ ଖୁବ ଭୟଙ୍କର ଭାବେ ବିମାନ ଦୁର୍ଘଟରା ଦେଖାଯାଇଛି । ଦୁର୍ଘଟଣା ଏତେ ଭୟାନକ ରହିଥିଲା ଯେ, ଦୁର୍ଘଟଣା ପରେ ବିମାନର ଭଗ୍ନାଂଶ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଥିଲା । ରାତି ପ୍ରାୟ ୯ଟା ସମୟରେ ଏପରି ଏକ ଅଘଟଣ ଘଟିଯାଇଛି । ବାଡମେର ବାୟତୁ ଥାନା ଅନ୍ତର୍ଗତ ଭୀମଡା ଗ୍ରାମରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଖବର ପାଇ ଜିଲ୍ଲାପାଳ, ଏସପିଙ୍କ ସମେତ ବାୟୁସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଏହି ଦୁର୍ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଏହି ବିମାନ ମିଗ୍-୨୧ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……