ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁହାଁମୁହିଁ ହୋଇଛନ୍ତି | ମୋହନ ମାଝୀ ଡକ୍ୟୁମେଣ୍ଟ ଦେଖି କହିବାକୁ ନେଇ ଆପତ୍ତି ଉଠାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀ କହିଲେ ବାଚସ୍ପତିଙ୍କ ବିନା ଅନୁମତିରେ ଗୃହରେ କୌଣସି ଡକ୍ୟୁମେଣ୍ଟ ପଢି ପାରିବେନାହିଁ । ମାତ୍ର ମୁଁ ଦେଖୁଛି ବିରୋଧୀ ଦଳ ମୁଖ୍ୟ ସଚେତକ ଅନେକ ସମୟରେ ଡକ୍ୟୁମେଣ୍ଟ ଦେଖି କହୁଛନ୍ତି । ସେପଟେ ଆପଣ କାଗଜ ନ ଦେଖିକି କେବେ କିଛି କହୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ କହିଛନ୍ତି। ସେ କହିଛନ୍ତି, ଆପଣ ସବୁବେଳେ କାଗଜ ଦେଖି କି କହୁଛନ୍ତି । ମୋତେ ଆପଣ କୁହନ୍ତୁ ନାହିଁ । ପଏଣ୍ଟ ନ ଦେଖିଲେ କିପରି କହିବୁ ବୋଲି ପ୍ରଶ୍ନ କରିଛନ୍ତି ମୋହନ ।






More Stories
ଆଇନଜୀବୀଙ୍କ ପାଇଁ ୪୦ ପ୍ରତିଶତ ସହାୟତା ରାଶି ବୃଦ୍ଧି…..
ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……
କୈଳାସ ମାନସରୋବର ଯାତ୍ରା ଆରମ୍ଭ…..